ତାଳଚେର: ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଥମ
ପର୍ଯ୍ୟାୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
ଶିବିରରେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଥି ସହିତ AEE ସୁବାସ ଚନ୍ଦ୍ର ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ବୀଣାସିନି ନାଏକ ଏହି ସଭାରେ ଉପସ୍ଥିତ ଥିଲେ। ଏହି ଶିବିର ରେ ତାଳଚେର ବିଧାୟକ ଦ୍ବାରା ଜଣେ ଦିବ୍ୟାଙ୍ଗବ୍ୟକ୍ତି ଙ୍କୁ ଟ୍ରାଇସାଇକଲ ଏବଂ ୨ ଜଣଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଥିଲା ଏହି ଶିବିରରେ ମଞ୍ଚ ପରିଚାଳନା ସହ ଅନ୍ୟାନ୍ୟ ଦାୟିତ୍ୱ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ଏବଂ ବ୍ଲକ ପ୍ରୋଗ୍ରାମ ଅଧିକାରୀ ସଙ୍ଗୀତା ସାମଲ, ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ, ADEO, ସରପଞ୍ଚ ଏବଂ ସମିତି ସଭ୍ୟ ଯୋଗ ଦେଇ ସହଯୋଗ ଶିବିରକୁ ସଫଳ କରିଛନ୍ତି ।
ତାଳଚେରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
