• Fri. Mar 13th, 2026

Suprava Khabar

ଖବର ଆପଣଙ୍କର...

କରତପଟା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା –୨୦୨୫ ଅନୁଷ୍ଠିତ।

BySuprava Khabar

Nov 12, 2025
Spread the love

ଅନୁଗୋଳ:- କରତପଟା ସ୍ଥିତ ହାଡଗଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ପ୍ରଦିପ ପ୍ରଧାନ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସରୋଜ କୁମାର ପ୍ରଧାନ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ଚାଷୀ ପ୍ରତିନିଧି ଶ୍ରୀ ସରୋଜ କୁମାର ଜେନା, ନନ୍ଦପୁର ସରପଞ୍ଚ ଶ୍ରୀ ଜଗବନ୍ଧୁ ସାହୁ, ନନ୍ଦପୁର ସମିତି ସଭ୍ୟା ଶ୍ରୀମତୀ ସିତା ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସତ୍ୟ ନାରାୟଣ ସାହୁ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୮୦୦ରୁ ଅଧିକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମତ୍ସ୍ୟ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ଓମ୍‌ଫେଡ୍‌, ମିଶନ ଶକ୍ତି ନିଜ ନିଜ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ
ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ,ଆରକ୍ଷୀ ଓ ଅଗ୍ନିଶମ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବନ୍ତଳା ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦେବାଶିଷ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଡ. କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *