• Fri. Mar 13th, 2026

Suprava Khabar

ଖବର ଆପଣଙ୍କର...

ଅନୁଗୋଳ ନାଲକୋ ନଗରରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆରମ୍ଭ।

ByAdmin

Sep 23, 2025
Spread the love

ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ବାବା ବିଶ୍ଵକର୍ମା ଙ୍କ ପୂଜା ଅନୁଗୋଳ ନାଲକୋନଗର ରେ ଆରମ୍ଭ ହୋଇଛି। ଚଳିତ ବର୍ଷ ନାଲକୋ ନଗରରେ 18ଟି ମଣ୍ଡପରେ ପୂଜା ପାଇଛନ୍ତି ବାବା ବିଶ୍ଵକର୍ମା। ସୁଉଚ୍ଚ ତୋରଣ ସାଙ୍ଗକୁ ବେଶ ସଜ୍ଜସଜ୍ଜା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ନଲକୋ ର ଉନ୍ନତି ଏବଂ କର୍ମଚାରୀ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ଶ୍ରମିକମାନେ ଏହି ପୂଜା କୁ କରିଥାନ୍ତି। ଆଠ ଦିନ ଧରି ଚାଲିବ ଏହି ପୂଜା।

ଏହି ପୂଜାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକମାନେ ବହୁ ସଂଖ୍ୟାରେ ଆସି ଦେଖୁଛନ୍ତି। ପୂଜା ବୁଲିବା ସହ ମିନାବଜାର ଆଉ ଦୋଳିର ମଜା ନେଉଛନ୍ତି ଦର୍ଶକ। ଘରକରଣା ଜିନିଷ କିଣିବା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦେଖଣା ହାରି।

By Admin

Leave a Reply

Your email address will not be published. Required fields are marked *