• Fri. Mar 13th, 2026

Suprava Khabar

ଖବର ଆପଣଙ୍କର...

ଖମାର ଟୋଲ ଗେଟ୍ (NH-149) ସମ୍ପର୍କରେ ସମୀକ୍ଷା ବୈଠକ ।

BySuprava Khabar

Nov 20, 2025
Spread the love

ଅନୁଗୋଳ,ତା.୨୦.୧୧:- ପାଳଲହଡା ନିକଟସ୍ଥ N11-149 ର ଖମାର ଟୋଲ୍ ଗେଟ୍ ସମ୍ପର୍କରେ ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ
ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ଏହି ବୈଠକରେ ଖମାର ଟୋଲ ଗେଟ୍ ନିକଟବର୍ତୀ ଗ୍ରାମ ପଞ୍ଚାୟତ ଗୁଡିକର ବାସିନ୍ଦାମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥୁବା ଗାଡି ଉପରେ ବାରମ୍ବାର ଟେଲ୍ ଦେବାକୁ ପଡୁଥ‌ିବାରୁ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା।
ନିକଟବର୍ତ୍ତୀ ପଞ୍ଚାୟତର
ପରିପ୍ରେକ୍ଷୀରେ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖମାର ଟୋଲ ଗେଟ୍ ବାସିନ୍ଦାଙ୍କୁ ଅଣ ବ୍ୟବସାୟ ଗାଡି ଗୁଡିକରେ ଟୋଲ ଛାଡ କରିବା ପାଇଁ ଏନ୍.ଏଚ୍.ଏ.ଆଇ ଅଧିକାରୀଙ୍କୁ
ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନିମନ୍ତେ ଭବିଷ୍ୟତରେ ଟୋଲ ଗେଟକୁ ଖମାରରୁ କଣ୍ଟିଆପୋଷି ବାହାରକୁ ସ୍ଥାନାନ୍ତର କରିବା ପାଇଁ ଏନ୍.ଏଚ୍.ଏ.ଆଇକୁ କୁହାଯାଇଛି, ଏହାଦ୍ବାରା ସ୍ଥାନୀୟ ଯାତ୍ରୀମାନେ ଉପକୃତ ହେବେ ।

ଏହା ବ୍ୟତିତ ବୈଠକରେ NH-149 ର ଖମାରରୁ ପାଳଲହଡା ରାସ୍ତା ମରାମତି ଏବଂ NH- 49 ଉପରେ ଥ‌ିବା ଓଭର ବ୍ରିଜ୍ ଓ ସର୍ଭିସ୍ ରୋଡ୍ ଯଥା ଶିଘ୍ର ଆଲୋକିକରଣ କରିବା ନିମନ୍ତେ ଏନ୍.ଏଚ୍.ଏ.ଆଇ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ
ମଧ୍ୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ, ପାଲଲହଡା ଉପଖଣ୍ଡ ପୋଲିସ ଅଧିକାରୀ , ପାଲଲହଡା ତହସିଲଦାର, ଭୂଅର୍ଜନ ଅଧିକାରୀ ଏନ୍.ଏଚ୍.ଏ.ଆଇ, ତାଳଚେର ଆଂଚଳିକ ପରିବହନ ଅଧିକାରୀ, ଜାତୀୟ
ରାଜପଥର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *